ଜିମ୍ନ ଅନୁଚ୍ଛେଦଟି ପାଠକରି ନିମ୍ନରେ ଦିଆ ଯାଇଥିବା ପ୍ରଶ୍ନ ଗୁଡିକର ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
କୃତ୍ରିମ ବୁଦ୍ଧିମତାର ପ୍ରଥମ ଲହରୀ ସାମଜିକ ଗଣମାଧ୍ୟମ ଜରିଆରେ ମନୁଷ୍ୟ ସମାଜକୁ ସମ୍ପୂର୍ଣ ଭାବରେ କବଳିତ କରିଛି । ସାମାଜିକ ଗଣମାଧ୍ୟମ କମ୍ପାନୀମାନେ ବ୍ୟବହାର କରୁଥିବା ଆଲଗୋରିଦମ୍ ଲୋକଙ୍କୁ ଏଭଳି ତଥ୍ୟ ଦିଏ ଯାହା ମସ୍ତିଷ୍କରେ ଡୋପାମିନ୍ ପ୍ରବାହିତ କରିବ । ଅଜାଣତରେ ଲୋକେ ସାମାଜିକ ଗଣମାଧ୍ୟମରେ ଛନ୍ଦି ହୋଇ ହିତାହତ ଜ୍ଞାନ ହରାଉଛନ୍ତି । ଶୈଶବରୁ ସାମାଜିକ ଗଣମାଧ୍ୟମ ଆମକୁ ଆସକ୍ତ କରି ନେଉଛି । ଯେଭଳି ନିଶା ସେବନ କରି ଲୋକେ ନିଜ ଉପରୁ ନିୟନ୍ତ୍ରଣ ହରାନ୍ତି, ସେହିଭଳି ସାମାଜିକ ଗଣମାଧ୍ୟମରେ ଲୋକେ ଅନ୍ୟକୁ ଗାଳି-ଗୁଲଜ କରୁଛନ୍ତି ଓ ସତ ମିଛର ଫରକ କରି ପାରୁ ନାହାନ୍ତି । ଲୋକେ ସାମାଜିକ ଗଣମାଧ୍ୟମ ବ୍ୟବହାର କଲେ କମ୍ପାନୀ ଲାଭ କରୁଛନ୍ତି, ସମାଜ ଉପରେ କୁପ୍ରଭାବ ଦିଗରେ ସେମାନଙ୍କ ଚିନ୍ତା ନାହିଁ । ବର୍ତ୍ତମାନ କିନ୍ତୁ କୃତ୍ରିମ ବୁଦ୍ଧିମତାର ଦ୍ଵିତୀୟ ଢେଉକୁ ନେଇ ଆଶଙ୍କା ବଢ଼ି ଚାଲିଛି । ପ୍ରଥମ କରି ଯନ୍ତ୍ର ମଣିଷ ଠାରୁ ଅଧିକ ବୁଦ୍ଧିମାନ ହେବାକୁ ଯାଉଛି । ଶେଷରେ ଯାନ୍ତ୍ରିକ ବୁଦ୍ଧିମତା ପୃଥିବୀକୁ କବଳିତ କରିନେବ ।
ମନୁଷର ମସ୍ତିଷ୍କ ପ୍ରକୃତିର ସବୁଠାରୁ ଜଟିଳ ପଦାର୍ଥ ଭାବେ ପରିଗଣିତ ହୁଏ । ମଣିଷ ମସ୍ତିଷ୍କରେ ଏକ ବିଲିଅନ୍ ସ୍ନାୟୁ କୋଷ ଅଛି। ସେମାନଙ୍କ ମଧ୍ୟରେ ଏକ ଶହ ଟ୍ରିଲିଅନ୍ ସଂଯୋଗ ଅଛି । ଚାଟ୍ ଜିପିଟି-୪ ପାଇଁ ପଚିଶ ହଜାର ଜି.ପି.ୟୁ କୁ ସମାନ୍ତରାଳ ଭାବେ ସଂଯୋଜିତ କରା ଯାଇଛି । କମ୍ପୁଟର୍ ଅଧିକ ଶକ୍ତିଶାଳୀ ହେବା ଫଳରେ ଏବଂ କାମ୍ପୁଟରୀକରଣ ଯୋଗୁଁ ବିଶାଳ ତଥ୍ୟ ସଂଗୃହିତ ହେଉଥିବା ଯୋଗୁଁ ଆଲଗୋରିଦମ୍ ଏବେ ମଣିଷ ଭଳି କଥୋପକଥନ କରିବାକୁ ଲାଗିଲାଣି । ତେବେ ଏବେ ମଧ୍ୟ ମଣିଷ ମାତ୍ର ଶହେ ମିଲିଅନ୍ ସଂଯୋଗ କୃତ୍ରିମ ଭାବେ କରି ପାରିଛି । କିନ୍ତୁ ଯେଉଁଭଳି ଏହି କ୍ଷେତ୍ରରେ ବିକାଶ ହେଉଛି ଆଉ ଦୁଇ ଦଶନ୍ଧି ଭିତରେ ମଣିଷ ମସ୍ତିଷ୍କ ଭଳି ଏକ ଜଟିଳ ବୁଦ୍ଧିମାନ ଯନ୍ତ୍ର କୃତ୍ରିମ ଭାବେ ତିଆରି ହୋଇଯିବ । ଚାଟ୍ ଜିପିଟି-୪ ବର୍ତ୍ତମାନ କବିତା ଓ ଗପ ଲେଖୁ ପାରୁଛି । ଭବିଷ୍ୟତରେ ଯନ୍ତ୍ର ମଣିଷଠାରୁ ଅଧିକ ଉନ୍ନତ ସାହିତ୍ୟ ଲେଖୁବ, ନୂଆ ଔଷଧ ଖୋଜିବ ଓ ଜଳବାୟୁ ପରିବର୍ତ୍ତନରୁ ମଣିଷ ଜାତି ପ୍ରତି ସୃଷ୍ଟି ହୋଇଥିବା ବିପଦର ସମାଧାନ କରିବ । ଅନ୍ୟ ପକ୍ଷରେ ଏଭଳି ଶକ୍ତିଶାଳୀ ଯନ୍ତ୍ର କୌଣସି ଦୁଷ୍ଟ ବ୍ୟକ୍ତି, ସଙ୍ଗଠନ ବା ଦେଶ ଅଭିଆରକୁ ଆସିଲେ ସେମାନେ ପୃଥୁବୀରୁ ମାନବ ସମାଜକୁ ଲୋପ କରି ଦେବେ। ଏଭଳି ଭୂତାଣୁ ଆବିଷ୍କାର କରିବେ ଯାହା କୋଭିଡ଼-19 ଠାରୁ ଅଧିକ ବିପଦ ଆଣି ଦେବ । ପରମାଣୁ ବୋମା ଠାରୁ ଯାନ୍ତ୍ରିକ ବୁଦ୍ଧିମତା ଅଧିକ ବିପଦ ଜନକ । ଏଭଳି ପରିସ୍ଥିତିରେ ପୃଥିବୀର ସବୁ ରାଷ୍ଟ୍ର ଏକାଠି ହୋଇ ଭବିଷ୍ୟତ ପାଇଁ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିବାକୁ ପଡିବ।
ଯଦି ସବୁ ଯନ୍ତ୍ର କରିବ, ତାହାଲେ ଲୋକେ ବେକାର ହୋଇଯିବେ । ସରକାର ସମସ୍ତଙ୍କୁ ବେକାରୀ ଭତ୍ତା ଦେବାକୁ ପଡିବ । ଅତୀତରେ ନୂଆ ବୈଷୟିକ ଜ୍ଞାନ ଆସିଲେ ଯେତିକି ପୁରୁଣା ଚାକିରୀ ନଷ୍ଟ ହେଲା, ତା'ଠାରୁ ଅଧିକ ଚାକିରୀ ତିଆରି ହୋଇଛି । କମ୍ପୁଟର୍ ଆସିଲା ବେଳେ ଆଶଙ୍କା କରା ଯାଉଥିଲା ଯେ ଲୋକେ ଜୀବିକା ହରାଇବେ । କିନ୍ତୁ କମ୍ପୁଟର୍ ଯୋଗୁଁ ଆର୍ଥିକ ବିକାଶ ଘଟିଲା ଓ ଅଧିକ ଚାକିରୀ ସୃଷ୍ଟି ହେଲା । କିନ୍ତୁ ଏଥର ଏହି ସ୍ଥିତିର ପୁନରାବୃଭି ନହୋଇ ପାରେ । କେବଳ ଚାକିରୀ ଯେ ଯିବ ତାହା ନୁହେଁ, ଏବେ କୃତ୍ରିମ ବୁଦ୍ଧିମତା ବ୍ୟବହାର କରି ଫେକ୍ ଭିଡ଼ିଓ, ଅଡ଼ିଓ ଓ ଚିତ୍ର ସହଜରେ କରି ହେଉଛି । ସମୟ ଆସିବ ଯେତେବେଳେ ଆମେ ବୁଝିବା କଷ୍ଟ ହେବ ଯେ ଆମେ ଦେଖୁଥୁବା ଛବି ବା ପାଇଥିବା ତଥ୍ୟ ବାସ୍ତବ ନା ଯନ୍ତ୍ରକୃତ । ଯଦି ସେଭଳି ହୁଏ ତେବେ ସମାଜରେ ଅବିଶ୍ବାସ ବଢ଼ିବ । ଚାରିଆଡେ ଗଣ୍ଡଗୋଳ ହେବ । ଅପରାଧୀମାନେ କୃତ୍ରିମ ବୁଦ୍ଧିମତାକୁ ବ୍ୟବହାର କରି ନାନା ଅପରାଧ ଭିଆଇବେ । ମଣିଷ ଜୀବନ ଦୁର୍ବିସହ ହୋଇଯିବ ।
ସାମାଜିକ ଗଣମାଧ୍ୟମକୁ ଆମେ ଯେଉଁଭଳି ନିୟନ୍ତ୍ରଣ ନକରି ପାରି ସ୍ଥିତି ସୃଷ୍ଟି କରିଛେ, ସେଥୁରୁ ଲାଗୁନି ଯେ ସରକାର ମାନେ ଏକାଠି ହୋଇ କୃତ୍ରିମ ବୁଦ୍ଧିମତାକୁ ନିୟନ୍ତ୍ରଣ କରି ପାରିବେ। ଏକଛତ୍ରବାଦୀ ଶାସକ ମାନେ ଯନ୍ତ୍ର ବ୍ୟବହାର କରି କାରଖାନାରେ ଉତ୍ପାଦନ କରିବେ, ଜମିରୁ ଫସଲ ଉତ୍ପାଦନ କରିବେ ଓ ଯାନ୍ତ୍ରିକ ସୈନିକ ବ୍ୟବହାର କରି ଯୁଦ୍ଧ କରିବେ । ଯେହେତୁ ସାଧାରଣ ଲୋକେ ଉପାଦେୟ ହେବେ ନାହିଁ, ହୁଏତ ଏହି ଶାସକ ମାନେ ଜନତାକୁ ସଂଘାର କରି ପାରନ୍ତି । ବାସ୍ତବରେ ଆଗକୁ କ'ଣ ହେବାକୁ ଯାଉଛି ତାହା ଆକଳନ କରିବା ଅସମ୍ଭବ । ସମସ୍ତେ ଅନ୍ଧାରରେ ବାଡ଼ି ବୁଲାଉଛନ୍ତି । ଏପରିକି ଯେଉଁ ବିଶେଷଜ୍ଞ ମାନେ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ କାମ କରୁଛନ୍ତି, ସେମାନେ ମଧ୍ଯ କହୁଛନ୍ତି ଯେ ଏହି ବୈଷୟିକ କ୍ଷେତ୍ରଟିକୁ ନିୟନ୍ତ୍ରିତ କରିବାକୁ ହେବ । ନିକଟରେ ଆମେରିକାର ରାଷ୍ଟ୍ରପତି ଏ ସଂକ୍ରାନ୍ତରେ କେତେକ ନିଷ୍ପତ୍ତି କରିଛନ୍ତି । ବ୍ରିଟେନ୍ ଆଲୋଚନା ପାଇଁ ଏକ ଆନ୍ତର୍ଜାତିକ ବୈଠକ କରି ସାରିଛି। ୟୁରୋପୀୟ ସଂଘ ବର୍ଷ ଶେଷ ସୁଦ୍ଧା ଏକ ନୂଆ ଆଇନ ପ୍ରଣୟନ ପାଇଁ ଉଦ୍ୟମ କରୁଛି। କିନ୍ତୁ ଭାରତରେ ଏ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ଜନ ସଚେତନତା ସୃଷ୍ଟି ହୋଇ ନାହିଁ ।
ସାମାଜିକ ଗଣମାଧ୍ୟମ ସମାଜକୁ କବଳିତ କଲା କିପରି ?
- AOption (a)
ଲୋକଙ୍କୁ ବିଭିନ୍ନ ତଥ୍ୟ ଯୋଗାଇ
- BOption (b)
ଆମ ମସ୍ତିଷ୍କ ଯାହା ଦେଖିବାକୁ ଭଲ ପାଉଛି ତାକୁ ଦେଖାଇ
- COption (c)
ଲୋକଙ୍କ ମଧ୍ୟରେ କୁସଂସ୍କାର ଦୂର କରି
- DOption (d)
ଲୋକଙ୍କୁ ନିମିଷ ମାତ୍ରେ ତଥ୍ୟ ପ୍ରଦାନ କରି
View answer & explanationHide answer & explanation
Correct answer
ଲୋକଙ୍କୁ ବିଭିନ୍ନ ତଥ୍ୟ ଯୋଗାଇ