ନିମ୍ନ ଅନୁଚ୍ଛେଦଟି ପାଠକରି ନିମ୍ନରେ ଦିଆ ଯାଇଥିବା ପ୍ରଶ୍ନ ଗୁଡିକର ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
ପରିବେଶ ସମ୍ପର୍କୀୟ ଏକ ସଭାକୁ ଜଣେ ସାହିତ୍ୟିକଙ୍କୁ ଡାକିବା ବୋଧହୁଏ ଅସଙ୍ଗତ କଥା, କାରଣ ଲେଖକମାନେ ହେଉଛନ୍ତି ପରିବେଶର ଅନ୍ୟତମ ଅନିଷ୍ଟକାରୀ । ଜଙ୍ଗଲ ଓ ଗଛର ସୁରକ୍ଷା ହେଉଛି ପରିବେଶ ସଂରକ୍ଷଣର ଏକ ବିଶେଷ ଲକ୍ଷ୍ୟ । କିନ୍ତୁ ଲେଖକମାନଙ୍କର ବହି ଛପା ହବା ପାଇଁ କାଗଜ ଦରକାର, ସେଥିପାଇଁ ଯେତେ ଗଛ କଟା ହୁଏ, ତା'ର ସୀମା ନାହିଁ । ହିସାବ କରି ଦେଖା ଯାଇଛି ଯେ ଗୋଟିଏ ଟନ୍ କାଗଜ ପାଇଁ ଚବିଶଟି ଗଛ କଟା ହୁଏ ଏବଂ ଗୋଟିଏ ଏ-୪ ଆକାରର କାଗଜ ପାଇଁ ଦଶ ଲିଟର ପାଣି ଦରକାର ହୁଏ । ସେହି ଦୃଷ୍ଟିରୁ ଲେଖକମାନେ ଗଛର ଶତ୍ରୁ । ସେଥିପାଇଁ ବୋଧହୁଏ ପ୍ରତ୍ୟେକ ଲେଖକ ନିଜକୁ ପ୍ରଶ୍ନ କରିବା ଉଚିତ: 'ମୁଁ ଯାହା ଲେଖୁଚି, ତାହା କ'ଣ ଗୋଟିଏ ଗଛକୁ ଲୋପ କରିବା ପାଇଁ ଯୋଗ୍ୟ ?'
ପୁଣି ଥରେ ବହିଛପା ପାଇଁ କାଗଜ ଓ ସେଥିପାଇଁ ଗଛ କାଟିବାର ଉଦାହାରଣକୁ ନିଆଯାଉ । ପ୍ରଥମେ ଆମର ସାହିତ୍ୟ ଥିଲା ଶୃତିମୂଳକ; ଲୋକମାନେ ଶୁଣି ଶୁଣି ଆବୃତ୍ତି କରି ତାକୁ ମନେ ରଖୁଥୁଲେ ଓ ପ୍ରସାରିତ କରୁଥିଲେ । ସାହିତ୍ୟ ଯେତେବେଳେ ଲିଖିତ ଅବସ୍ଥାକୁ ଆସିଲା, ଭୁଜପତ୍ର, ତାଳପତ୍ର ଇତ୍ୟାଦି ଉପରେ ଲେଖା ହୋଇ କେବଳ ଅଳ୍ପ ସଂଖ୍ୟାରେ ବହି ତିଆରି ହେଲା । ଆମ ଓଡ଼ିଶାରେ ଗତ ଶତାବ୍ଦୀର ଦ୍ୱିତୀୟ ଓ ତୃତୀୟ ଦଶକ ପର୍ଯ୍ୟନ୍ତ ତାଳପତ୍ରରେ ଲିଖୁତ ପୋଥି ପ୍ରଚଳିତ ଥିଲା । ଏସବୁ ଅଳ୍ପ ସଂଖ୍ୟାର ବହି, ପୋଥିକୁ କେବଳ ରାଜା, ଜମିଦାର ଓ ଧନୀ ଲୋକମାନେ ହିଁ କିଣି ପାରୁଥିଲେ ।
ପଞ୍ଚଦଶ ଶତାବ୍ଦୀର ମଧ୍ୟଭାଗରେ ଗ୍ଲୁଟେନ୍-ବର୍ଗ ଚଳନ୍ତା ଅକ୍ଷର ଓ ଛପା ଯନ୍ତ୍ର ବାହାର କଲେ । ସେତେବେଳ ପର୍ଯ୍ୟନ୍ତ ସମଗ୍ର ୟୁରୋପରେ ହାତଲେଖା ବହିର ସଂଖ୍ୟା ଥିଲା ମାତ୍ର ତିରିଶ ହଜାର । ଗୁଟେନ୍-ବର୍ଗଙ୍କ ଉଦ୍ଭାବନର ପଚାଶ ବର୍ଷ ଭିତରେ ବହି ସଂଖ୍ୟା ୯୦ ଲକ୍ଷକୁ ବଢିଗଲା । ଏଥିପାଇଁ କେତେଗଛ କଟା ହୋଇଥୁବ ତା' ସହଜରେ ଅନୁମାନ କରାଯାଇପାରେ । ଆମେ କିନ୍ତୁ କହିପାରିବା ନାହିଁ ଯେ ଏହି ବହି ଛାପିବା ଏକ ଭୁଲ ବିଚାର ଥିଲା । ଏତେ ସଂଖ୍ୟାରେ ବହି ଛପା ହେବାରୁ ହିଁ ୟୁରୋପରେ ଏକ ବୌଦ୍ଧିକ ବିପ୍ଳବ ଆରମ୍ଭ ହୋଇ ରେନାସାଁର ମାର୍ଗ ଖୋଲିଲା।
ଲେଖକମାନେ ପରିବେଶର କ୍ଷତି କରନ୍ତି କିପରି?
- AOption (a)
ଲେଖକମାନେ ଜଙ୍ଗଲ ସମ୍ପର୍କରେ ଚିନ୍ତା କରନ୍ତି ନାହିଁ।
- BOption (b)
ଲେଖକମାନେ ପରିବେଶ ସଂରକ୍ଷଣ ସମ୍ପର୍କରେ ବେପରୁଆ।
- COption (c)
ଲେଖକମାନେ ଗଛଲତା ଅପେକ୍ଷା ମଣିଷଙ୍କୁ ଅଧିକ ଭଲ ପାଆନ୍ତି।
- DOption (d)
ଲେଖକମାନଙ୍କ ପୁସ୍ତକ ମୁଦ୍ରଣ ପାଇଁ ବହୁ ଗଛ କାଟିବାକୁ ପଡେ।
View answer & explanationHide answer & explanation
Correct answer
ଲେଖକମାନେ ଜଙ୍ଗଲ ସମ୍ପର୍କରେ ଚିନ୍ତା କରନ୍ତି ନାହିଁ।